ସଂଜ ଲେଉଟିଲେ ଗୋଧୁଲି ଫେରିଲେ
ମନେପଡେ ମୋର ଗାଂ
ପାହାନ୍ତି ତାର ଆକାସେ ଫୁଟିଲେ
ମନେ ପଡେ ମୋର ଗାଂ
ମୋ ନଈ ତୁଠ ନୀତି ସଖା ଭେଟ
ଭୁଲି ହୁଏନାହି ଆହ
ମନେ ପଡେ ମୋର ଗାଂ
ଫେରେ ପୁଣି ରଜ ମୋ ଗାଂ ର ସଜ
ସାଇ ଜାତ କେତେ ନୁଆ
ମନେ ପଡେ ମୋର ଗାଂ
ମୋ ଗାଂ ପୁନେଇ ହୁଏନି ଭୁଳେଇ
ଡୋଲ ପଂଚୁତଲେ ଠା
ମନେପଡେ ମୋର ଗାଂ
No comments:
Post a Comment