Monday, July 2, 2012

ପ୍ରଥମ ଦେଖା

ନିର୍ମଳ ସୋଭା ରେ ନବ ପଲକରେ ତୁମେ ହେଲା ନୁଆ ସାଥି
ସାଥିରେ ତୁମ ପ୍ରଥମ ପଲକେ ଖୋଜିଲି ପ୍ରେମର ପୋଥୀ..

ସବୁଜ ସୁସ୍ତୃର ତୁମେହୀ ଅଳକା କାନନ ର ଚମ୍ପା ଫୁଲ
ରଜନିର ଜହ୍ନ ପଥହରା  କଲା    ପାଇଲି ତୁମକୁ ଭଲ.

ଅକାସେ ଦେଖି  ଗ୍ରୀଷ୍ମ ର ସୁରୁଜ ଭାଭିଲି ସିତଳ ଜହ୍ନ
ଜହ୍ନ ଚାହିଁ  ମୁ ସେମିତି ବସିଚି ଦିସୁନାହୀ ତୁମ ଚିହ୍ନ ...

ନିସ୍ତବ୍ଦ ସାଗର ବିରାଟ ପୁଥିବୀ ସବୁତ ଲାଗିଲା ଫାଂକ
ନିରବ ପବନ ପଚାରେ ଯେପରି କୁହକେବେ ହେବ ଦେଖା...

ଜୀବନ ଯାତ୍ରାରେ ସବୁତ ଭୁଲିଚି ଭୁଲି ନି ପ୍ରଥମ  ଦେଖା 
ଆମରି ପ୍ରେମର ସାଖି କେହିନାହୀ ଭାବେ ବସି ଏକା ଏକା ........

Sunday, July 1, 2012

ମନ

ମନ ଏକ ଉଡାପଖୀ  ବସା କେବେ ବାନ୍ଧେନା
ଆଜି ସେ ତୁମର ତ କାଲି ତାକୁ ବୁଝେନା.

ମନ ଏକ  ରାଜରାସ୍ତ  ନିଛାଟିଆ ହୁଏନା
ତୁମକଥା ଭାବେ ହେଲା ଏକା କେବେ ରହେନା .

ମନ ଏକ ସାଗର ସେ ନିରବକୁ ସହେନ 
ତୁମକୁ  ସେ ଖୋଜେ  ହେଲେ କାହାକୁ ସେ କହେନ.

ମନ ଏକ କାଚ ଘର ଭାଗୀ ଗଢି ହୁଏନା .........
ତୋଳେ ସେ  ତୁମ ପାଇ କାହାକୁ ସେ କହେନା 

ମନ ଏକ ବଜାର ସେ ସବୁ କିଣି ହୁଏନା 
କିଣି ତୁମ ମନକୁ ମୁ  ଆଉ ବିକି ପାରେନା........................